ମମିତା ହତ୍ୟା ମାମଲାରେ କଂଗ୍ରେସର କଡ଼ା ମନ୍ତବ୍ୟ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରୟମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏହି ଅପରାଧରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ମା’ ମାଣିକେଶ୍ୱରୀଙ୍କ ନାଁରେ ଶପଥ କରି କହିଛନ୍ତି ଦିବ୍ୟଶଙ୍କର । ଆଉ ଦିବ୍ୟଶଙ୍କରଙ୍କ ଏଭଳି ବିବୃତି ଆସିବା ପରେ ଟାର୍ଗେଟ କରିଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ଦିବ୍ୟ ବଚନ ବନ୍ଦ କରନ୍ତୁ ଦିବ୍ୟଶଙ୍କର । ରାୟପୁର ବାସଭବନରେ ମମିତା ଓ ଗୋବିନ୍ଦଙ୍କୁ ନେଇ ବୁଝାମଣା କରିଥିଲେ କି ନାହିଁ ତାହା ସ୍ପଷ୍ଟ କରନ୍ତୁ ବୋଲି ଗଣେଶ୍ୱର କହିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦିବ୍ୟ ବଚନ ଦେବା ବଦଳରେ ଆଗ ଇସ୍ତଫା ଦିଅନ୍ତୁ କହିଛନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା