ଆରପାରିରେ ପ୍ରସିଦ୍ଧ ଅଭିନେତା ୟୁସୁଫ୍ ହୁସେନ

ମୁମ୍ବାଇ: ଅନେକ ଚଳଚିତ୍ର ଓ ଟେଲିଭିଜନ ଧାରାବାହିକରେ ଚରତ୍ର ଭୂମିକାରେ ଅଭିନୟ କରିଥିବା ତଥା ଜଣାଶୁଣା ଚଳଚିତ୍ର ପ୍ରଯୋଜକ ହଂସଲ ମେହଟ୍ଟାଙ୍କ ଶ୍ୱଶୁର ୟୁସୁଫ୍ ହୁସେନଙ୍କର ୭୩ ବର୍ଷ ବୟସରେ ମୃତ୍ୟୁ ହୋଇଛି । ନିଜେ ହଂସଲ ମେହେଟ୍ଟା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି କରୋନା ସଂକ୍ରମଣରେ ଶିକାର ହେବା ପରେ ୟୁସୁଫଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିିକିତ୍ସା କରାଯାଉଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।