ପୁରୀ ସ୍ୱର୍ଗଦ୍ୱାରରେ ବାହାର ଲୋକଙ୍କ ଶବଦାହ ମନା

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କ ଶବଦାହ ଉପରେ କଟକଣା ଲଗାଇଛନ୍ତି । ଏହି କଟକଣା ସୋମବାରଠାରୁ ଲାଗୁ କରାଯିବ । ଅନ୍ୟପକ୍ଷରେ ରାଜ୍ୟ ତଥା ଜିଲ୍ଲାରେ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବଳେ ସ୍ୱର୍ଗଦ୍ୱାରର କିଛି କର୍ମଚାରୀ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କ ପାଇଁ ଏହି କଟକଣା ଲାଗୁ କରାଯାଇଛି ।

ସେହିପରି କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ କେବଳ ପୁରୀବାସୀ ଶବଦାହ କରିପାରିବେ । ପରିସ୍ଥିତି ସ୍ୱାଭାବିକ ହେଲେ ଜିଲ୍ଲା ବାହାର ଲୋକଙ୍କ ଶବଦାହ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି ।