ଭୁବନେଶ୍ୱର,(ଏସ୍ ନ୍ୟୁଜ): ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ । ରବିବାର ରାତିରେ ରାଜଧାନୀ ଉପକଣ୍ଠ ଯାାଁଳା ନିକଟରେ ଏକ ସଡକ ଦୁର୍ଘଟଣାର ଶୀକାର ହୋଇ ଶ୍ରରମଙ୍ଗରାଜ ମୃତ୍ୟୁବରଣ କରିଥିବା ଜଣାପଡିଛି । ତାଙ୍କ ମୃତ୍ୟୁରେ ବିିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।
ଖୋର୍ଦ୍ଧାରୁ ଭୁବନେଶ୍ବର ଫେରୁଥିବା ବେଳେ ଜାଆଁଳା ଛକରେ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରି ଏମ୍ସ ହସ୍ପିଟାଲକୁ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ମଙ୍ଗରାଜ ୧୯୮୦ ମସିହାରେ ନିଜର ସାମ୍ବାଦିକତା ଆରମ୍ଭ କରିଥିଲେ । ବିଭିନ୍ନ ପ୍ରତିଷ୍ଠିତ ଖବରକାଗଜରେ ସାମ୍ବାଦିକତା କରିଥିଲେ । ରାଜନୈତିକ ଖବରକାଗଜ ‘ନେତା’ର ସମ୍ପାଦକ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜନୀତି ସମ୍ପର୍କରେ ସେ ‘ବିଜୁ ବିଜୁ ବିଜୁ’ ଅନେକ ପୁସ୍ତକ ଲେଖିଥିଲେ । ଏହି ପୁସ୍ତକରେ ବିଜୁବାବୁଙ୍କର କିଛି ବିରଳ ଫଟୋ ଓ ତଥ୍ୟ ସ୍ଥାନିତ ହୋଇଥିଲା । ସ୍ୱର୍ଗତ ଜୀମୂତ ମଙ୍ଗରାଜ ସାମ୍ବାଦିକତା, ଗଣ ଯୋଗାଯୋଗ ଓ ସମାଜ ସେବା ଉପରେ ସେ ଗବେଷଣା କରି ତିନି ତିନୋଟି ଡକ୍ଟରେଟ୍ ହାସଲ କରିଥିଲେ । ଓଡିଶା ସମ୍ବାଦିକତା କ୍ଷେତ୍ରରେ ସେ ସକ୍ରିୟ ରହିଥିଲେ । ସେ ରାଜନୈତିକ ଖବରକାଗଜ ନେତାର ସମ୍ପାଦକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ।