ବାପା ହେଲେ ବାବୁସାନ୍‌

ଭୁବନେଶ୍ୱର,(ଏସ୍ ନ୍ୟୁଜ): ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ବାପା ହୋଇଛନ୍ତି । ତାଙ୍କ ପତ୍ନୀ ତୃପ୍ତି ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସାମାଜିକ ଗଣମାଧ୍ୟମରେ ବାବୁସାନ୍‌ଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟିଛି । ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ତାଙ୍କ ପ୍ରଶଂସକମାନେ ଜେଜେ ହେଲେ ବୋଲି ଅଭିନନ୍ଦନ ଜଣାଇଥିବାବେଳେ ଅପରାଜିତା ପ୍ରିୟଦର୍ଶିନୀଙ୍କୁ ଜେଜେମା’ ବୋଲି ବହୁ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି । ତେବେ ବାବୁସାନ୍‌ଙ୍କ ପ୍ରଶଂସକମାନେ ଜୁନିଅର୍ ବାବୁସାନ୍‌ ବୋଲି ନବଜାତ ପୁତ୍ରକୁ ଆଶୀର୍ବାଦ କରିଛନ୍ତି । ଏବେ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି ।