ସିଲ୍‌ ‌ହେଲା ରାମ ମନ୍ଦିରର ଫଙ୍କ୍‌ସନ୍‌ ହଲ୍

ଭୁବନେଶ୍ବର(ଏସ୍ ନ୍ୟୁଜ): ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଏମ୍‌ସି ର ବିନା ଅନୁମତିରେ ଜନପଥରେ ଥିବା ରାମ ମନ୍ଦିର ପରିସରରେ ଥିବା ଫଙ୍କ୍‌ସନ୍‌ ହଲ୍‌ରେ ଏକ ଜନ୍ମଦିନ ଉତ୍ସବ ପାଳନ ହେଉଥିବାରୁ ହଲ୍‌କୁ ସିଲ୍‌ କରାଯାଇଛି।
ବିଏମସି ଜୋନାଲ ଡେପୁଟି କମିସନର (ଦକ୍ଷିଣ ପୂର୍ବ) ଅଂଶୁମାନ ରଥ ଘଟଣାସ୍ଥଳକୁ ପରିଦର୍ଶନ କରି ଏହି ଉତ୍ସବ ବିଏମ୍‌ସିର ବିନା ଅନୁମତି ହେଉଥିବା ଜାଣିବାକୁ ପାଇଲେ। ବିଏମ୍‌ସିର ବିନା ଅନୁମତିରେ କୌଣସି ଉତ୍ସବ ପାଳନ ହୋଇ ପାରିବ ନାହିଁ ବୋଲି ନିୟମ ରହିଥିବା ବେଳେ ଏପରି ଭାବେ ରାମ ମନ୍ଦିର ହଲ୍‌ରେ ଜନ୍ମଦିନ ପାଳନ ହୋଇଥିବାରୁ ତାହାକୁ ଖାଲି କରି ସିଲ୍‌ କରାଯାଇଛି। ଉତ୍ସବ ସଂପର୍କରେ ଖବର ମିଳିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ତୁରନ୍ତ ସେହି ସ୍ଥାନରୁ ଅପସାରିତ କରାଯାଇଛି ଓ ଜନ୍ମଦିିନ ଆୟୋଜନ କରିଥିବା ବ୍ୟକ୍ତିଙ୍କଠାରୁ  ୫୦୦୦ ଜରିମାନା ଆଦାୟ କରାଯାଇଛି।