ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଆଉ ମାତ୍ର ଦୁଇ ଦିନ ପରେ ଆସୁଛି ଗଣେ ଚତୁର୍ଥୀ । ତେଣୁ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ଘରେ ଘରେ ଏହାର ପ୍ରସ୍ତତି ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଗଣେଷ ପୁଜା ସେପ୍ଟେମ୍ବର ୧୦ ତାରିଖରେ ପଡ଼ୁଛି । ପୂରା ଦେଶ ଗଣପତିଙ୍କୁ ପୂଜା ଅର୍ଚନା କରିବେ । ଏହି ଗଣେଷଙ୍କୁ ପୂଜା କରିବା ସମୟରେ କିଛି ଜରୁରୀ ଜିନିଷର ଧ୍ୟାନ ରଖନ୍ତୁ । ଦେଶରେ ୧୦ ଦିନ ପର୍ଯ୍ୟନ୍ତ ଗଣେଷଙ୍କୁ ପୂଜା କରାଯାଏ । କୁହାଯାଏ ଗଣେଷଙ୍କୁ ପ୍ରସନ୍ନ କରିବା ଦ୍ୱାରା ରିଦ୍ଧି-ସିଦ୍ଧି, ସୁଖ ସମୃଦ୍ଧି ସବୁକିଛି ପ୍ରାପ୍ତ ହୋଇଥାଏ ।

ତେଣୁ ଆଜି ଆମେ ଗଣପତି ବାପ୍ପାଙ୍କ ପୂଜାରେ କଣ ଭୋଗ ଲଗାଇ ପୂଜା କରିବେ ସେମ୍ପର୍କରେ କହିବାକୁ ଯାଉଚୁ…
୧. ଗଣେଷଙ୍କୁ ପୂଜା କରିବା କଥା ଉଠିଲା ସବୁଠୁ ପ୍ରଥମେ ଲଡୁ କଥା ମନକୁ ଆସିଥାଏ । ତେଣୁ ତାଙ୍କ ଜନ୍ମୋତ୍ସବରେ ଲଡୁ ଭୋଗ ଲଗାନ୍ତୁ ।
୨. ଦ୍ୱିତୀୟ ଦିନରେ ଭୋଗ ଲଗାଇବାକୁ ତାଙ୍କର ପ୍ରିୟ ମୋତିଚୁରର ଲଡୁ ଚଢ଼ାନ୍ତୁ । ଆଉ ବାଳ ରୂପରେ ପୂଜା କରି ମୋତିଚୁର ଲଡୁ ଲଗାନ୍ତୁ।
୩. ସ୍ୱାଦିଷ୍ଟ ବେସନ ଲଡୁ ଭୋଗ ଲଗାନ୍ତୁ । କାରଣ ତାଙ୍କୁ ବେସନ ଲଡୁ ଖୁବ୍ ପସନ୍ଦ ।
୪. ପୂଜାର ଚତୁର୍ଥ ଦିନ ଫଳ ଭୋଗ ଲଗାନ୍ତୁ । ଏଥିରେ କଦଳୀ ଅର୍ପଣ କରନ୍ତୁ । ସନାତନ ଧର୍ମରେ ଏହାକୁ ଉତ୍ତମ ବୋଲି ଧରାଯାଏ ।
୫. ଏହାସହିତ ଆପଣ ମାନେ ସ୍ୱାଦିଷ୍ଟ କ୍ଷୀରୀ ବି ଭୋଗ ଲଗାଇପାରିବେ । ଘରେ ତିଆରି କରି ଭୋଗ ଲଗାନ୍ତୁ ।