କଂଗ୍ରେସ ମମତାଙ୍କ ବିରୋଧରେ କୌଣସି ପ୍ରାର୍ଥୀ ଦେବ ନାହିଁ

କୋଲକାତା: ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନରେ କଂଗ୍ରେସ ପକ୍ଷରୁ ଭବାନୀପୁର ଆସନରେ କାହାକୁ ପ୍ରାର୍ଥୀ କରାଯିବନି। ଏହି ଆସନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଟିଏମସିରୁ ପ୍ରାର୍ଥୀ ହେବେ। ତେଣୁ କଂଗ୍ରେସ ତାଙ୍କ ବିରୋଧରେ କୌଣସି ପ୍ରାର୍ଥୀ ଦେବନ ନାହିଁ।
ଏ ସମ୍ପର୍କରେ କଂଗ୍ରେସ ସାଂସଦ ତଥା ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଆଧୀର ରଞ୍ଜନ ଚୌଧୁରୀ ସୂଚନା ଦେଇଛନ୍ତି। ଏହାର ଅର୍ଥ ଭବାନୀପୁରରେ ମମତାଙ୍କ ସହ କେବଳ ବିଜେପି ପ୍ରାର୍ଥୀଙ୍କ ଲଢ଼େଇ ହେବ। ତେବେ ବିଜେପି ଏଯାଏ ଭବାନୀପୁରରେ ମମତାଙ୍କ ବିରୋଧରେ କିଏ ଲଢ଼ିବେ, ସେକଥା ଘୋଷଣା କରିନାହିଁ ।

ସୂଚନା ଯୋଗ୍ୟ, ମମତା ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି । ସେପ୍ଟେମ୍ବର ୩୦ରେ ଏଠାରେ ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ଏପ୍ରିଲ-ମେ’ରେ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ଦିଦି ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଠାରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା।
କିନ୍ତୁ ସେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି । ତେଣୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ଭବାନୀପୁରରୁ ଜିତିବାକୁ ପଡ଼ିବ। ଦିଦି କ୍ରମାଗତଭାବେ ଏହି ଆସନରୁ ଜିତି ଆସୁଥିଲେ । ଏହା ଦିଦିଙ୍କ ଗଡ଼ଭାବେ ପରିଚିତ । ତେବେ ଚଳିତ ବିଧାନସଭା ନିର୍ବାଚନ ବେଳେ ଦିଦି ଏହି ଆସନକୁ ଛାଡ଼ି ନନ୍ଦିଗ୍ରାମରୁ ଜୋରଦାର ଲଢ଼େଇ କରିଥିଲେ । ଦିଦି ହାରି ଥିବାରୁ ଏଠାରେ ଜିତିଥିବା ଟିଏମସି ନେତା ଶୋଭନଦେବ ଚଟ୍ଟୋପାଧ୍ୟାୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ଦିଦି ଏଠାରେ ଉପ ନିର୍ବାଚନ ଲଢ଼ିବେ।