ମୁଣ୍ଡଳୀ: ମୁଣ୍ଡଳୀ ବ୍ରିଜ୍ ନିକଟରେ ଫସିଥିବା ଦନ୍ତା ହାତୀକୁ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ଚାଲିଗଲା ୨ ଜଣଙ୍କ ଜୀବନ ଚାଲିଯାଇଛି । ଶୁକ୍ରବାର ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ୍ ନିକଟରେ ଫସି ରହିଥିବା ବେଳେ ରାତିରେ ବନ ବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲା । ଜୀବନ ବଞ୍ଚାଇବା ପାଇଁ ମୁଣ୍ଡଳୀ ମହାନଦୀରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ କରିବା ପରେ ହାତୀଟି ବ୍ରିଜ୍ ତଳକୁ ଭାସିଯାଇଥିଲା ।
ହାତୀଟିକୁ ନିଆଁ ହୁଳା ଦେଖାଇ କୂଳକୁ ଆଣିବାକୁ ବନ ବିଭାଗ ଚେଷ୍ଟା କରୁଥିବା ବେଳେ ହାତୀଟି ତଳକୁ ଖସି ଯାଇଥିବା। ଏ ନେଇ ଆଠଗଡ଼ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ହାତୀର କୌଣସି ପତ୍ତା ମିଳୁନଥିବା ବେଳେ ଏବେ ପ୍ରଶ୍ନ ଉଠୁଛି ହାତୀ ସୁରକ୍ଷିତ ଅଛି କି ନାହିଁ ?
ଅନ୍ୟପଟେ ଓଡ୍ରାଫ୍ ବୋଟ୍ ଓଲଟିବା ପରେ ନିଖୋଜ ଥିବା ଜଣେ ଓଡ୍ରାଫ୍ କର୍ମଚାରୀଙ୍କୁ ଖୋଜୁଛି ଏନଡିଆରଏଫ ଟିମ୍ । ୪ଟି ସ୍ଥାନରେ ଏନଡିଆରଏଫର ୮ଟି ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମୁଣ୍ଡଳୀ ସମେତ ନରାଜ, ଯୋବ୍ରା, କାଠଯୋଡି ଆଦି ସ୍ଥାନରେ ସର୍ଚ୍ଚ ଅପରେସନ ଚାଲୁଥିବା ନେଇ ସୂଚନା ଦେଇଛନ୍ତି ଏନଡିଆରଏଫର କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ର ।