ଛିଡା ହୋଇଥିବା ବସକୁ ଧକ୍କା ଦେଲା ଟ୍ରକ;୩ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ସ୍ଥିତ ଭୈରବୀ ମନ୍ଦିର ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଛିଡା ହୋଇଥିବା ବସକୁ ଟ୍ରକ ଧକ୍କା ଦେବାରୁ ୩ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ବସଟି ଭୁବନେଶ୍ୱରରୁ ଲୁଇସିଂହା ଯାଉଥିବା ବେଳେ ଏଥିରେ ଥିବା ୪୫ ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ଭୋର ସକାଳୁ ଅମ୍ବିକା ନାମକ ଏକ ଘରୋଇ ବସ ଚା ପିଇବା ପାଇଁ ପୁରୁଣାକଟକ ସ୍ଥିତ ଭୈରବୀ ମନ୍ଦିର ଛକ ନିକଟରେ ଅଟକିଥିଲା । ତେବେ ବିପରୀତ ଦିଗରୁ ଆସୁଥିବା ଏକ ମିନି ଟ୍ରକ ବସ କୁ ଧକ୍କା ଦେବା ସହ ଆଉ ଏକ ଟ୍ରକକୁ ମଧ୍ୟ ଧକ୍କା ଦେଇଥିଲା । ଫଳରେ ବସ ଚାଳକ , ମିନିଟ୍ରକ ଚାଳକ ଓ ହେଲ୍ପର ଗୁରୁତର ଆହତ ହୋଇଛନ୍ତି ।