ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି। ବିହାର, ପଶ୍ଚିମବଙ୍ଗର ଉତ୍ତର ଭାଗ ଆଦି ଅତିକ୍ରମ କରି ମୌସୁମୀ ଟ୍ରଫ୍ ଲାଇନ୍ ଏବେ ଉତ୍ତର-ପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ବଙ୍ଗୋପସାଗରର ଉପରି ଭାଗରେ ଏବେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ। କିନ୍ତୁ ବର୍ଷାର ପରିମାଣ ଖୁବ୍ କମ୍ ରହିବ। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ଆସନ୍ତାକାଲି ବର୍ଷା ହେବାର ସମ୍ଭାବନା ରହିଛି। ୭ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ରାଜ୍ୟରେ ଏହି ତିନି ଦିନ ପାଗ ପ୍ରାୟ ଶୁଖିଲା ଓ ଖରାଟିଆ ରହିବ। କିଛି କିଛି ସ୍ଥାନରେ ହାଲ୍କା ବର୍ଷାର ସମ୍ଭାବନା ରହିଛି।