ବରଗଡ,(ନିରୋଜ ପାଣୀ): ବରଗଡ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ବିରିପାଲି ଗ୍ରାମର ହାଇସ୍କୁଲ ରେ ପାଠପଢୁ ଥିବା ୧୪ ବର୍ଷର ବାଳକ ବଳରାମ ଅମରିଙ୍କ ହତ୍ଯାକାଣ୍ଡ ପୋଲିସ ଫାଇଲ ତଳେ ଚାପି ହୋଇ ରହିଛ,ପରିବାର ଲୋକେ ଅସହାୟ ହୋଇ ନ୍ଯାୟ ଭିକ୍ଷାର ଅପେକ୍ଷାରେ ରହି ଯାଇଛନ୍ତି । ଘଟଣାର ଅନୁସନ୍ଧାନ ରୁ ଜଣାଯାଇଛି ଯେ,ବିରିପାଲି ଗ୍ରାମର ଶ୍ରୀ ତ୍ରିଲୋଚନ ଅମରିଙ୍କ ୧୪ ବର୍ଷର ବାଳକଙ୍କୁ ଗାଁର ଗୋଟିଏ ପରିବାର ର ଲୋକେ ନିର୍ମମ ହତ୍ଯା କରିବା ପରେ ମୁହଁରେ ଏସିଡି ଡାଲି ଏକ ଗଛରେ ଟାଙ୍ଗି ଦେଇ ଥିଲେ । ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ଚାଲିଛି ।
ଗତ ତା ୧୦/୫/୨୧ ରିଖ ଦିନ ରାତ୍ର ୨ ଘଣ୍ଟା ସମୟରେ ଶ୍ରୀ ସତ୍ଯାନନ୍ଦ କମାତି ଓ ତାଙ୍କ ସ୍ତ୍ରୀ ହଠାତ ତ୍ରିଲୋଚନ ଅମରି ଘରକୁ ଯାଇ ତାଙ୍କ ପରିବାର କୁ ଘରୁ ଉଠାଇ ତୁମ ପୁଅ ବଲରାମ ଆମ ଘରକୁ ପଶିଥିଲା ଓ ଆମେ ଉଠିବାରୁ କୁଆଡେ ଦୌଡି ଚାଳିଛି ବୋଲି କହି ଚାଲି ଯାଇଥିଲେ । ସେହିଦିନ ଠାରୁ ତ୍ରିଲୋଚନ ଅମରି ପରିବାର ଲୋକେ ଓ ଗ୍ରାମବାସୀ ମାନେ ଚାରିଆଡେ ବଲରାମ କୁ ଖୋଜା ଖୋଜି କଲେ ଏବଂ ୧୪ ତାରିଖ ଦିନ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ବଳରାମ ର ମୃତ ଦେହ ସନ୍ଧାନ କରା ଯାଇଥିଲା । ବଲରାମ ର ଦେହରେ ଏସିଡ ମାଡ କରା ଯାଇଥିବା ଦେଖିବାକୁ ମିଳିଥିଲା ।
ବୁଡେନ ଥାନା କୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳ ଦେଖି ତତ୍କାଳୀନ ଥାନା ଅଧିକାରୀ ଶ୍ରୀ ବିରବର ଭଗତ ବିନା ତଦନ୍ତ ରେ ଏହା ଏକ ଆତ୍ମହତ୍ୟା ବୋଲି କହି ଆରମ୍ଭ ରୁ ତଦନ୍ତ କୁ ଦିଶାହୀନ କରିବାର ଯୋଜନା କଲେ । ପରେ ବଳରାମ ର ବାପା ଶ୍ରୀ ତ୍ରିଲୋଚନ ଅମରି ଓ ଗ୍ରାମବାସୀ ବୁଡେନ ଥାନାକୁ ଯାଇ ପୁଅକୁ ହତ୍ଯା କରା ଯାଇଥିବା ନେଇ ଲିଖିତ ରିପୋର୍ଟ ପ୍ରଦାନ କଲେ ।
ଶ୍ରୀ ତ୍ରିଲୋଚନ ଙ୍କ ରିପୋର୍ଟ ଆଧାର ରେ ବୁଡେନ ଥାନା FIR ନମ୍ବର ୦୦୫୬ ଅନୁଯାୟୀ ଦଫା ୩୦୨,୩୪ IPC ଧାରାରେ ଗ୍ରାମର ସର୍ବ ଶ୍ରୀ ଅମୃତ ଲାଲ କମାତି,ମହୋହର କମାତି,ସତ୍ଯାନନ୍ଦ କମାତି ମୋକଦମା ରୁଜୁ ହେଲା । ତଦନ୍ତ ପାଇଁ ଅଭିଯୁକ୍ତ ମାନଙ୍କୁ ଥାନାକୁ ଡାକି ସାଙ୍ଗେ ସାଙ୍ଗେ ଥାନାରୁ ଛାଡି ଦେଇ ଥିଲେ । ସତ୍ଯାନନ୍ଦ କମାତି ଗ୍ରାମର ଗ୍ରାମରକ୍ଷା ଶ୍ରୀ ତପନ ନାଗ କୁ ଏହି କେଶକୁ ରଫାଦଫା କରିଦେବା ପାଇଁ ଟଙ୍କା ଯାଚିଥିବାର ଏକ ଭିଡିଓ ବାର୍ତ୍ତାଲାପ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି ।
ତତ୍କାଳୀନ ଥାନା ଅଧିକାରୀ ଶ୍ରୀ ଭଗତ ଏହି କେଶକୁ ଚପାଇ ଦେବା ପାଇଁ ଯୋଜନା କରିଥିବା ପରିବାର ର ଲୋକେ ଅଭିଯୋଗ କରିବା ସହ ପୋଲିସ ଇଙ୍ଗିତ ରେ ଏ ହତ୍ଯାକାଣ୍ଡ ପରେ ଏକ ମାସ ପର୍ଯ୍ୟନ୍ତ ଅଭିଯୁକ୍ତ ମାନେ ଗାଁ ଛାଡି ଚାଳି ଯାଇଥିବା ଗ୍ରାମବାସୀଙ୍କ ଭିତରେ ଚର୍ଚ୍ଚା ହେଉଛି । ଏହି ଘଟଣାର ଉନ୍ନୋଚନା କରିବା ପାଇଁ ବରଗଡ ଏସପିଙ୍କ ଦ୍ବାରସ୍ଥ ହେବେ ବୋଲି ମୃତ ବାଳକ ବଲରାମ ର ବାପା ତ୍ରିଲୋଚନ ଅମରି ସୂଚନା ଦେଇଛନ୍ତି ।