ଟିଏମସିରେ ଯୋଗଦେଲେ ବିଜେପି ବିଧାୟକ ତନ୍ମୟ ଘୋଷ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ଭିତରେ ଚାଲିଥିବା ଶତ୍ରୁତା ଭିତରେ ଆଜି ମମତା ବାନାର୍ଜୀ ପୁଣିଥରେ ବିଜେପିକୁ ଝଟକା ଦେଇଛନ୍ତି । ବିଜେପି ଟିକେଟରୁ ନିର୍ବାଚନ ଲଢି ବିଷ୍ଣୁପୁର ଆସନରୁ ବିଧାୟକ ଭାବେ ବିଜୟୀ ହୋଇଥିବା ତନ୍ମୟ ଘୋଷ ଆଜି ବିଧିବଦ୍ଧ ଭାବେ ଟିଏମସିରେ ଯୋଗ ଦେଇଛନ୍ତି । ତନ୍ମୟ ଘୋଷ ବିଜେପିରୁ ବିଧାୟକ ହେବା ପୂର୍ବରୁ ବିଷ୍ଣୁପୁର କ୍ଷେତ୍ରରେ ସେ ଟିଏମସିର ଟାଉନ ଯୁବ ସଭାପତି ଥିଲେ । ସେ ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୬ ତାରିଖରେ ବିଜେପିରେ ଯୋଗ ଦେଇଥିଲେ । ଏହାପରେ ସେ ବିଜେପି ଟିକେଟରୁ ନିର୍ବାଚନ ଲଢି ଟିଏମସିର ଅର୍ଚ୍ଚିତାଙ୍କୁ ପରାଜିତ କରିଥିଲେ ।