160×600
160×600

ଇକମୋ ୟୁନିଟରେ ୨ଜଣ ମହିଳା ଚିକିତ୍ସାଧୀନ

କଟକ,(ଏସ୍‌ ନ୍ୟୁଜ): ଗତ ଶୁକ୍ରବାର ଦିନ କଟକ ଏସସିବିରେ ଇକମୋ ଚିକିତ୍ସାର ଲୋକାପର୍ଣ ହେବ ପରେ ୨ଜଣ ମହିଳା ଇକମୋ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଗତକାଲି ନିଶ୍ଚିତକୋଇଲିର ଜଣେ ମହିଳା ଇକମୋ ୟୁନିଟରେ ଭର୍ତ୍ତି ହୋଇଥିଲେ|ଆଜି ବଲାଙ୍ଗିର ଅଞ୍ଚଳର ଜଣେ ମହିଳା କୋଭିଡ ମହାମାରୀର ପରବର୍ତ୍ତୀ ଜଟିଳତା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି। ପୂର୍ବରୁ ଇକମୋ ଚିକିତ୍ସାର ସୁବିଧା ନଥିବାରୁ ଗୁରୁତର ରୋଗୀମାନଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲ। ରଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୯ଟି ଇକମୋ ମେସିନ୍ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଚିକିତ୍ସା ବହୁତ ମହଙ୍ଗା ହୋଇଥିବା ବେଳେ ରାଜ୍ୟ ସରକାର ଏହାକୁ ମାଗଣାରେ ଯୋଗାଇଛନ୍ତି । ଏଥିରେ ଯାହା ବି ଖର୍ଚ୍ଚ ହେବ, ତାହା ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘାଷଣା କରିଛନ୍ତି ।