ବଢିବ ଯୁକ୍ତ ଦୁଇ ସିଟ୍ ସଂଖ୍ୟା, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ସିଟ୍ ସଂଖ୍ୟା ବଢିବାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ଗତ ମଇ ୧୮ ତାରିଖରେ ମାଟ୍ରିକ ରେଜଲ୍ଟ ବାହାରିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ତାଙ୍କ କହିବା ଅନୁସାରେ ଯଦି ଆବଶ୍ୟକ ହୁଏ ତେବେ ଏହି +୨ ସିଟ୍ ସଂଖ୍ୟା ବଢିବ । ସୂଚନା ଅନୁଯାୟୀ, ଆଜି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୁକ୍ତ ଦୁଇ ସିଟ୍ ବଢିବାକୁ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ ଯେଉଁ ଜିଲ୍ଲାରେ ଆବଶ୍ୟକ ପଡ଼ିବ ସେଠାରେ ସିଟ୍ ସଂଖ୍ୟା ବଢାଯିବ’ । ଏବର୍ଷ ରେକର୍ଡ ସଂଖ୍ୟକ ପିଲା ପାସ୍ କରିଥିବାରୁ ଏପରି ଚିନ୍ତା ବଢିଛି । ପାସ ହାର ଅଧିକ ଥିବାରୁ ସବୁ ପିଲା +୨ ସିଟ୍ ନପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଚଳିତବର୍ଷ ମୋଟ ପାସ୍ ହାର ୯୬.୪୦ % ରହିଥିବା ବେଳେ ଏଥିରୁ ୪,୧୫୮ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡସ୍ପୋସ୍ କରିଛନ୍ତି । ଏହାବ୍ୟତୀତ ୨୯,୮୩୮ ଜଣ ପିଲା ଏ୨ ଗ୍ରେଡ ପାଇଥିବା ବେଳେ ବତି୧ରେ ୭୭,୫୬୭ ଏବଂ ବି୨ ଗ୍ରେଡରେ ୧,୧.୭୫୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ପରୀକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୫.୭୫% । ସେହିପରି କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୯% ରେକର୍ଡ କରାଯାଇଛି । ତେବେ ମାଲକାନାଗିରିରେ ସର୍ବନିମ୍ନ ପାସ୍ ହାର ରେକର୍ଡ କରାଯାଇଛି । ଏହି ଜିଲ୍ଲାରେ ମୋଟ ୯୨. ୬୮% ପିଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।