ଏଆଇସିସି ସଂପାଦକଙ୍କ ଭୁବନ ମଣ୍ଡି ପରିଦର୍ଶନ
ଚାଷୀଙ୍କ ଅଭିଯୋଗ ଯଥାର୍ଥ ସରକାର ଚାଷୀଙ୍କ ଠାରୁ ସବୁ ବଳକା ଧାନ କିଣନ୍ତୁ
ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା ୭.୨-:କେନ୍ଦ୍ର ସରକାରଙ୍କ ପ୍ରଣିତ ତିନୋଟି କଳା କୃଷି ଆଇନର ପ୍ରତ୍ୟାହାର ପାଇଁ ଦେଶବାସୀ ଚାଷୀ ଆେନ୍ଦୋଳନକୁ କଂଗ୍ରେସ ନୈତିକ ସମର୍ଥନ କରିବା ସହିତ ଏହି ଆଇନର ତୁରନ୍ତ ପ୍ରତ୍ୟାହାର କରନ୍ତୁ । କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରର ଚାଷୀ ମାରଣ ନୀତି ବିରୁଦ୍ଧରେ ଆଜି ଢ଼େଙ୍କାନଳ ଜିଲ୍ଲାର ଭୁବନ ନିକଟବର୍ତୀ ରାମକୃଷ୍ଣପୁରଠାରେ ପିସିସି କିଷାନ କଂଗ୍ରେସ ଆହ୍ୱାନ କ୍ରମେ ଢ଼େଙ୍କାନାଳ ଜିଲ୍ଲା କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚାଷୀ ମହାପଂଚାୟତ ଅନୁଷ୍ଠିତ ହୋଇଯାଇଛି ।
ଏହି ଚାଷୀ ମହାପଂଚାୟତକୁ ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଜି. ରୁଦ୍ର ରାଜୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିବା ସହ ଆଗାମି ଦିନରେ ରାଜ୍ୟର ସମସ୍ତ ଜିଲ୍ଲା ସ୍ତରରେ ଚାଷୀ ମହା ପଂଚାୟତ ଅନୁଷ୍ଠିତ କରାଯାଇ ଉଭୟ ବିଜେପି ଓ ବିଜେଡ଼ି ସରକାରଙ୍କ କୃଷି ଓ କୃଷକ ବିରୋଧରେ ତୀବ୍ର ପ୍ରତିବାଦ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।
ଆଜି ଏପରି ଦେଶର ଅନ୍ନଦାତା ମାନଙ୍କୁ ନରେନ୍ଦ୍ର ମୋଦି ସରକାର ଭଣ୍ଡି ଚାଲିଛନ୍ତି । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ଏହି ସରକାର ଚାଷୀଙ୍କ ସ୍ୱାର୍ଥର ନୁହେଁ ବରଂ ପୁଞ୍ଜିପତିଙ୍କ ସ୍ୱାର୍ଥରେ । ଏହାର ଜ୍ୱଳନ୍ତ ଉଦାହରଣ ଦୀର୍ଘ ୭୪ ଦିନ ହେଲା ଶୀତ କାକରରେ ରହି ଚାଷୀ ସଂଘଠନ ଗୁଡ଼ିକ କଳା କୃଷି ଆଇନ ପ୍ରତ୍ୟାହାର ପାଇଁ ଦାବି କରିଥିବା ବେଳେ ସରକାର ଏଥିପ୍ରତି ଆଖି ବୁଜି ଦେଇଥିବା ଏକ ଦୁଭାର୍ଗ୍ୟର ବିଷୟ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଅମୀୟ ପଟ୍ଟନାୟକ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ମାନ୍ୟବର ସୁପ୍ରିମ କୋର୍ଟ ନୂତନ କୃଷି ନୀତି ସଂପର୍କରେ ଚାଷୀ ସଂଗଠନ ସହିତ ଯୁକ୍ତିଯୁକ୍ତ ଆଲୋଚନା କରିନଥିବା ଯୋଗୁଁ ଭର୍ସନା କରିଥିଲେ । ନିଜେ ପ୍ରଧାନ ମନ୍ତ୍ରୀ ଦୁଇ ଦୁଇଟି ସାଧାରଣ ନିର୍ବାଚନରେ ସ୍ୱାମୀନାଥନଙ୍କ ସୁପାରିଶ ଆଧାରରେ କୃଷିଯାତ ଦ୍ରବ୍ୟର ଦେଢ଼ାଗୁଣା ମୂଲ୍ୟ ବୃଦ୍ଧି କରିବା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ । ଏହି କଳା ଆଇନକୁ ପ୍ରତ୍ୟାହାର କରିବା ସହ ଏମ୍ସ୍ପିରେ ଆଇନଗତ ଗ୍ୟାରେଂଟିର ବ୍ୟବସ୍ଥା କରିବା ସହ ରାଜ୍ୟ ସରକାର ଦୋମୁହାଁ ନୀତି ଅବଲମ୍ବନ ନ କରି ଚାଷୀଙ୍କର ସମସ୍ତ ବଳକାଧାନ କିଣନ୍ତୁ ଓ ଧାନ କ୍ୟୁଂଟାଲ ପିଛା ଏମଏସ୍ପିରେ ୫୦୦ଟଙ୍କା ବୋନସ ଦିଅନ୍ତୁ ବୋଲି ଦାବି କରିଥିଲେ । ଏହି ଚାଷୀ ପଂଚାୟତରେ ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ଢ଼େଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ରାଜ୍ୟ କିଷାନ କଂଗ୍ରେସ ଉପାଧ୍ୟକ୍ଷ ଉମେଶ ସାହୁ ଏବଂ ବିଭିନ୍ନ ବ୍ଲକର ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗଦେଇ ଉଦ୍ବୋଧନ ଦେଇଥିଲେ ।