ଭୁବନେଶ୍ୱର (ଏସ୍ ନ୍ୟୁଜ): ଆସନ୍ତା ୨୧ରେ ୨ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ଓଡିଶା ଆସିବେ ।
ସୂଚନା ଅନୁଯାୟୀ, ଗସ୍ତ ସମୟରେ ରାଷ୍ଟ୍ରପତି ରାଜଭବନରେ ରାତ୍ରିଯାପନ କରିବେ । ତେବେ ଏହି ଗସ୍ତରେ ମହାମହିମ ରାଉରକେଲା NIT ସମାବର୍ତ୍ତନ ଉତ୍ସବ ସହ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବେ । ରାଷ୍ଟ୍ରପତି ଦାୟିତ୍ବ ନେବା ପରେ ରାମନାଥ କୋବିନ୍ଦ ପ୍ରଥମ ଥର ପାଇଁ କୋର୍ଣାର୍କ ମନ୍ଦିର ପରିଦର୍ଶନ କରିବେ । ୨୨ ତାରିଖରେ ରାଷ୍ଟ୍ରପତିଙ୍କ କୋଣାର୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି ।