ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର (ଏସ୍ ନ୍ୟୁଜ): ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ଜଣାଇବା ପାଇଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ ।

କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ମହିଳା ଦିବସ ବେଶ ଧୁମଧାମରେ ପାଳନ କରାଯାଇଥାଏ । ସୂଚନା ଅନୁଯାୟୀ, ପ୍ରଥମ ଥର ପାଇଁ ମହିଳା ଦିବସ ନ୍ୟୁୟର୍କ ସହରରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ପାଳନ କରାଯାଇଥିଲା । ଏଠାରେ ଏବେ ମଧ୍ୟ ଏହି ଦିନକୁ ସରକାରୀ ଛୁଟି ଭାବେ ପାଳନ କରାଯାଇଥାଏ ।