‘ଆଦି ମହୋତ୍ସବ’ ର ଆଗ୍ରହକୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

ଆଦିବାସୀ ସଂସ୍କୃତିର ଚମତ୍କାର ଉପସ୍ଥାପନା ଦେଖିବାକୁ ପାଇବେ…

ଭୁବେନେଶ୍ଵର, ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଆଦି ମହୋତ୍ସବ’ ର ବ୍ୟାପକ ଆଗ୍ରହକୁ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ସେ ଲୋକସଭା ସାଂସଦ ଡକ୍ଟର ଭୋଲା ସିଂହଙ୍କ ଏକ ଟୁଇଟ୍‍ ଉପରେ ପ୍ରତିକ୍ରିୟା ରଖିଛନ୍ତି ଯେଉଁଥିରେ ଶ୍ରୀ ସିଂହ ତାଙ୍କର ‘ଆଦି ମହୋତ୍ସବ’ ଗସ୍ତ ବିଷୟରେ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ଏହା ବହୁତ ଭଲ ଭାବରେ ଆୟୋଜିତ ହୋଇଛି ଯେଉଁଠାରେ ଆପଣ ସମଗ୍ର ଭାରତର ଆଦିବାସୀ ସଂସ୍କୃତିର ଚମତ୍କାର ଉପସ୍ଥାପନା ଦେଖିବାକୁ ପାଇବେ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଏହା ଦେଖି ଭଲ ଲାଗିଲା ଯେ ଆପଣ ଆଦି ମହୋତ୍ସବ ପ୍ରତି ଏତେ ଆଗ୍ରହ ଦେଖାଇଛନ୍ତି । ଆଦିବାସୀ ସମାଜର ସଂସ୍କୃତି ଏବଂ ସେମାନଙ୍କର ଖାଦ୍ୟ ସହିତ ଜଡିତ ଆପଣଙ୍କର ଅଭିଜ୍ଞତା ଉତ୍ସାହଜନକ ଅଟେ ।”