ସବୁଜ ଶକ୍ତି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

ସଞ୍ଚୟ କରିବା ସହିତ ୩୩.୯ କୋଟି କିଲୋଗ୍ରାମ ସିଓ୨ ହ୍ରାସ କରିଥିବା ଦର୍ଶାଇଛନ୍ତି…

ଭୁବେନେଶ୍ଵର, ପିଆଇବି : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର   ମୋଦୀ ସବୁଜ ଶକ୍ତି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି କହିଛନ୍ତି ।

କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କ ଏକ ଟୁଇଟ୍‌ର ଜବାବରେ ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେଉଁଥିରେ ସେ ଫେମ୍‍-୨ ଯୋଜନା ଅନ୍ତର୍ଗତ ବୈଦ୍ୟୁତିକ ଯାନଗୁଡିକ ୨୨.୯ କୋଟି ଲିଟର ଇନ୍ଧନ ସଞ୍ଚୟ କରିବା ସହିତ ୩୩.୯ କୋଟି କିଲୋଗ୍ରାମ ସିଓ୨ ହ୍ରାସ କରିଥିବା ଦର୍ଶାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ସବୁଜ ଶକ୍ତି କ୍ଷେତ୍ରରେ ନିରନ୍ତର ବିକାଶ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧୟ ।”