ସଟର ତାଲା ଭାଙ୍ଗି ମୋବାଇଲ୍‌ ଦୋକାନରୁ ଚୋରି

ଯୋଡା: ଯୋଡା ଥାନା ବିଲେଇ ପଦା ଫାଣ୍ଡି ଅନ୍ତର୍ଗତ ବିଲେଇପଦା ହାଟବଜାର ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ବଡ ଧରଣର ଚୋରି ହୋଇଥିବା ଜଣାପଡିଛି । ବିଳମ୍ବିତ ରାତ୍ରିରେ ଦୋକାନ ସଟରର ତାଲା ଭାଙ୍ଗି ଦୁର୍ବୁତ୍ତମାନେ ଚୋରି କରିଥିବା ବେଳେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ୬୦ଟି ମୋବାଇଲ ସହ ନଗଦ ୧.୮୦ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡଛି । ଘଟଣାସ୍ଥଳରେ ବିଲେଇପଦା ପୋଲିସ ପହଞ୍ଚି ଛାନଭିନ୍ନ ଆରମ୍ଭ କରିଛି ।