ଏଣିକି ସବୁ ଜିଲ୍ଲାରେ ହେବ ବିମାନବନ୍ଦର

ଆନ୍ଧ୍ରପ୍ରଦେଶ: ମୁଖ୍ୟମନ୍ତ୍ରୀ ଜଗନ୍‌ ମୋହନ ରେଡ୍ଡୀ ଗୁରୁବାର ଏକ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତ୍ୟେକ ଜିଲ୍ଲାରେ ବିମାନବନ୍ଦର ନିର୍ମାଣ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ବିମାନ ଚଳାଚଳ କ୍ଷେତ୍ର ବିଷୟରେ ଆଲୋଚନା ହୋଇଥିଲା ।

ଏହା ସେ କହିଛନ୍ତି ଯେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏକ ବିମାନବନ୍ଦର ରହିବା ଉଚିତ ଏବଂ ପ୍ରତ୍ୟେକ ବିମାନବନ୍ଦର ଉନ୍ନତମାନର ହେବା ଉଚିତ । ଯାହା ଦ୍ୱାରା ଛୋଟ ଏବଂ ବଡ ବିମାନ ଗୁଡିକ ଅବତରଣ ହୋଇପାରିବ ।