୧କୋଟି ୧୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ସହ ୩ଗିରଫ: କମିସନରେଟ୍‌ ପୁଲିସ ର ସ୍ୱତନ୍ତ୍ର ଡ୍ରାଇଭ୍‌କୁ ଏକ ବଡ଼ ସଫଳତା

ଭୁବନେଶ୍ୱର,(ଏସ୍ ନ୍ୟୁଜ):କଟକରେ ନିଶା କାରବାର ବେଶ କିଛିଦିନ ହେବ ମାଡିଚାଲିଥିବା ନେଇ ,ଏହାକୁ ରୋକିବା ନେଇ କମିସନରେଟ୍‌ ପୁଲିସ ଚଳାଇଥିବା ସ୍ୱତନ୍ତ୍ର ଡ୍ରାଇଭ୍‌କୁ ଆଜି ଏକ ବଡ଼ ସଫଳତା ମିଳିଛି । ପ୍ରାୟ ଏକ କେଜି ୧୨୦ ଗ୍ରାମ୍‌ ଓଜନର ବ୍ରାଉନସୁଗର ଜବତ କରିଛି ପୁଲିସ । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ପୁଲିସ ୩ ବେପାରୀଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଓହଳ ଗାଁର ସେକ୍‌ ଗୁଲସରଉଦ୍ଦିନ, ଲାଲାସାହିର ସୌଭାଗ୍ୟ ରଞ୍ଜନ ସିଂହ ଓ ମର୍କଣ୍ଡପୁରର ଲିପୁ ବେହେରା । ମଧୁପାଟଣା ଥାନା ତିନିଘରିଆ ନିକଟ ଆମ୍ବବଗିଚା ପାଖରେ ଧଳା ଜହର ବେପାର କଲା ବେଳେ ପୁଲିସ ଚଢ଼ଉ କରି ଏହି ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କଠାରୁ ଏକ ପ୍ଲାଟିନା ବାଇକ୍‌, ୧୭ ହଜାର ୩୦୦ ଟଙ୍କା ଓ ୪ଟି ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଛି ।