ରାଜ୍ୟ ପୋଲିସ୍ ସେବାରେ ୩୯ ମେରିଟିଭ୍ କ୍ରୀଡା ବ୍ୟକ୍ତି ନିଯୁକ୍ତ

ଭୁବନେଶ୍ୱର,(ଏସ୍ ନ୍ୟୁଜ)୨୭/୦୬ : ଓଡ଼ିଶା ପୋଲିସରେ ଯୋଗ ଦେଲେ ୩୯ କ୍ରୀଡ଼ାବିତ । ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ଓ ପାରଦର୍ଶିତା ଲାଭ କରିଥିବା କ୍ରୀଡ଼ାବିତ ଆଜି ଓଡିଶା ପୋଲିସରେ ସାମିଲ ହୋଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୩୦ ଜଣ ମହିଳା ଓ ୯ ଜଣ ପୁରୁଷ । ଭର୍ଚୁଆଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୀଡ଼ାବିତଙ୍କ ସବୁ ସ୍ୱପ୍ନ ପୂରଣ ପାଇଁ ଯଥା ସମ୍ଭବ ଉଦ୍ୟମ କରାଯିବ । ଅଧିକରୁ ଅଧିକ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବ ଓଡ଼ିଶା ।
ଖୁବଶୀଘ୍ର ଓଡ଼ିଶା ସ୍ପୋର୍ଟସ ପାଓ୍ଵାର ହାଉସ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ହଜାରେ କୋଟିରୁ ଅଧିକ ଟଙ୍କା ନିବେଶ କରିଛନ୍ତି ରାଜ୍ୟ ସରକାର । ତୃଣମୂଳସ୍ତରରେ ପ୍ରଶିକ୍ଷଣ ସହ ସ୍କୁଲରେ ସ୍ପୋର୍ଟସ ଶିକ୍ଷା ଉପରେ ଅଧିକ ଫୋକସ କରାଯାଉଛି । ୨୦୨୩ ହକି ବିଶ୍ୱକପ ପାଇଁ ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି । ପାଲା ଆଥଲେଟଙ୍କୁ ସହାୟତା କରିବା ସହ ସେମାନଙ୍କୁ ଚାକିରି ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ର‍୍ୟାଙ୍କରେ ଓଡ଼ିଶା ପୋଲିସରେ ୯୬ ଜଣ କ୍ରୀଡ଼ାବିତଙ୍କୁ ନିଯୁକ୍ତି ମିଳିଥିଲା ।