ଆସନ୍ତାକାଲି ଭାରତ-ଚୀନ ବୈଠକ

ନୂଆଦିଲ୍ଲୀ: ଗତକାଲି ଦୁଇ ଦେଶ ଭାରତ ଓ ଚୀନ ମଧ୍ୟରେ ଡିଜିଟାଲ୍‌ ପ୍ଲାଟଫର୍ମରେ ଆଲୋଚନା ହୋଇଛି । ଭାରତ ଓ ଚୀନ ସୀମାରେ ଲାଗି ରହିଥିବା ଉତ୍ତେଜନା ସ୍ଥିତିକୁ ନେଇ ପୁଣି ଆଲୋଚନା କରିବେ ଦୁଇ ଦେଶର ବରିଷ୍ଠ ଅଧିକାରୀ । ଏ ନେଇ ପଶ୍ଚିମ ସେକ୍ଟରରେ ଲାଗି ରହିଥିବା ସ୍ଥିତିକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି । କିଭଳି ଚୀନ ସେନା ଆହୁରି ପଛକୁ ହଟିବେ ତାହା ଉପରେ ଜୋର ଦେଇଥିଲା ଭାରତ । ସେପଟେ ଚୀନ ସୀମାରେ ବିପୁଳ ସେନା ମୁତୟନ କରି ଅଯଥା ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଯାହାକୁ ନେଇ ଭାରତ ଅସନ୍ତୋଷ ଜାହିର କରିଆସୁଛି । ଗଲୱାନ ଘାଟିରେ ଭାରତ ଚୀନ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଘଟଣା ପରେ ଦୁଇ ଦେଶମ ମଧ୍ୟରେ ସୃଷ୍ଟି କରିଥିଲା ବିବାଦ । ଯେଉଁଥିରେ ଶାନ୍ତି ବଜାୟ ରଖିବା ନେଇ ହୋଇଥିଲା ଆଲୋଚନା । ସେପଟେ ପୁଣି ଥରେ ଆସନ୍ତାକାଲି ଅର୍ଥାତ ବୈଠକ ହେବ ବୋଲି ଜଣାପଡ଼ିଛି ।