ଭୀଷଣ ରୂପ ନେଲା ବାତ୍ୟା

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ପାଖେଇଆସୁଛି ବାତ୍ୟା ‘ଦାନା’ ଉପକୂଳ ଆଡକୁ ମାଡ଼ି ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ପାରାଦ୍ବୀପରୁ ୧୮୦ କିଲୋମିଟର ଦୂରରେ ରହିଥିବା ବେଳେ ଧାମରାରୁ ୨୧୦ କିଲୋମିଟର ଦୂରରେ ରହିଛି । ତେବେ କେଉଁ ସମୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ସାମ୍ନାକୁ ଆସିଛି ଲ୍ୟାଣ୍ଡଫଲ ସମୟ । ରାତି ୩ ଟା ସମୟରେ ଏହା ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଉଛି । ୩ ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ଭୋର୍ ସୁଦ୍ଧା ଏହା ଶେଷ ହୋଇପାରେ ।