ମାଧବ ରୁ ଶ୍ରୀ ମନ୍ଦିର ଗଲା ପୋଢୁଆଁ ଭାର..

ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି …

ଚାରି ଛକ : (ଶିଶିର କୁମାର ସ୍ୱାଇଁ).ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରେ ଓଡ଼ିଆ ପରିବାରରେ ଜ୍ୟେଷ୍ଟ ସନ୍ତାନ ମାନଙ୍କୁ ମାମୁଁ ଘର ପକ୍ଷରୁ ପୋଢୁଆଁ ଅଷ୍ଟମୀ ହେବା ଵିଧି ଆମ ଓଡ଼ିଆ ପରମ୍ପରା ରେ ରହି ଆସିଛି। ଆମ ଓଡ଼ିଆ ଜାତିର ଆରାଧ୍ୟ ଠାକୁର ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବାରୁ ଶ୍ରୀ ମନ୍ଦିର ରେ ବି ପୋଢୁଆଁ ଅଷ୍ଟମୀ ପର୍ବ ସ୍ଵତନ୍ତ୍ର ଭାବେ ପାଳନ କରାଯାଏ।

ପ୍ରାଚୀ ଉପତ୍ୟକା ନିଆଳି ମାଧବ ମନ୍ଦିର ରୁ ଶ୍ରୀ ମନ୍ଦିର ଜଗନ୍ନାଥ ଙ୍କ ମାମୁଁ ଘର ଭାବେ ଲୋକକଥା ରହିଛି ।ସେହି ପ୍ରଥା କୁ ବଞ୍ଚାଇ ରଖିବା ଲାଗି ଆଜି ମାଧବ ମନ୍ଦିର ରୁ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପାଇଁ ନବ ବସ୍ତ୍ର ,ତୁଳସୀ ଫୁଲ ଫଳ ଓ ଖଣ୍ଡୁଆ ପା ଟ ଯାଇଥିବା ଜଣାପଡିଛି ।ମାଧବାନନ୍ଦ ମନ୍ଦିର ର ହେଡ ଟାରି ଟ୍ରଷ୍ଟି ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ,ଛତିଶା ନିଯୋଗ ସେବକ ସଂଘ ଓ ମାଧବାନନ୍ଦ ଜୀଉ ବିକାଶ ପରିଷଦ ପକ୍ଷରୁ ଏହି ପୋଢୁଆ ଭାର ଯାଇଥିବା ବେଳେ ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ ବାଡି ଖେଳ ଖଣ୍ଡା ବୁଲ୍ଲା ନାଗା ନାଚ ସମେତ ଯାଦବ ସଂଘ ପକ୍ଷରୁ ଲଉଡି ଖେଳ ହୋଇଥିଲା । ଚାରି ଛକ ବଜାର ଠାରେ ଚାରିଛକ ବରିଷ୍ଠ ନାଗରିକ ମଞ୍ଚ ଓ ଚାରିଛକ ପ୍ରେସ କ୍ଲବ ଅନ୍ନପୂର୍ଣ୍ଣା ବିଦ୍ୟାପୀଠ, ବଜାର କମିଟି ଓ ମହିଳା ମହାବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମାଜସେବୀ କେଦାର ନାଥ ବେହେରା ସେମାନଙ୍କ ର ପାଦ ପକ୍ଷାଳନ କରିବା ସହିତ ମାଣିକ ପାଟଣା ଦହି ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ ଭକ୍ତ ଏଥିରେ ଯୋଗ ଦେଇଥିଲେ । ନିଆଳି ବିଧାୟକ ଛବି ମଲ୍ଲିକ ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ୟାମ ସୁନ୍ଦର ନାୟକ ଙ୍କ ସମେତ ୮ ଟି ପଂଚାୟତ ର ଲୋକ ପ୍ରତିନିଧି ଓ ଜନ ସାଧାରଣ ଯୋଗ ଦେଇଥିଲେ.ବଜାରରେ ଭକ୍ତ ସଂଖ୍ୟା କୁ ଆଖି ଆଗରେ ରଖି ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ନିମାପଡା ଏସ ଡି ପି ଓ ଜନାର୍ଦନ ପାଢ଼ୀ ସଦଳବଳେ ଘଟଣା ସ୍ଥଳରେ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ…