ଆସିପାରେ ତୃତୀୟ ଲହର! ଡିଏମଇଟି

ଭୁବନେଶ୍ୱର, ଏସ୍‌ ନ୍ୟୁଜ : ସଂକ୍ରମଣ କମିଥିଲେ ବି ସମସ୍ତେ ସତର୍କ ରହିବା ଉଚିତ ବୋଲି ଡିଏମଇଟି ରମା ରମଣ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ କୋଭିଡ ଗାଇଡଲାଇନ ମାନିବା ଉଚିତ । ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ବେଡ଼, ଚିକିତ୍ସା ସୁବିଧା ଓ ଅକ୍ସିଜେନ୍‌ ମହଜୁଦ ରଖିଛନ୍ତି । ପୂର୍ବରୁ ଡେଲ୍ଟା ଭାଇରସ୍‌ ମୁକାବିଲା ନେଇ ଅଭିଜ୍ଞତା ଅଛି । ତେଣୁ ଲୋକେ ଭୟଭୀତ ହେବାର କାରଣ ନାହିଁ । ବର୍ତ୍ତମାନ ସ୍ଥିତିରେ ଉନ୍ନତି ଆସୁଛି । ଆଶ୍ୱସ୍ତିକର ରହିଛି ବର୍ତ୍ତମାନର ସଂକ୍ରମଣ । କିନ୍ତୁ ସାବଧାନ ରହିବା ଉଚିତ । ସମ୍ଭାବ୍ୟ ଦୃଷ୍ଟିରୁ ସତର୍କ ରହିବା ଉଚିତ ଯାହା ଫଳରେ ପ୍ରତିହତ କରିପାରିବା ବୋଲି ଡିଏମଇଟି କହିଛନ୍ତି ।