ଏନସିବିରେ ନିକଟରେ ହାଜର ହେଲେ ଆର୍ଯ୍ୟନ ଖାନ

ମୁମ୍ବାଇ: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଅକ୍ଟୋବର ୨୮ରେ ଜାମିନ ପ୍ରଦାନ କରାଯାଇଥିଲା । ଏହାସହ ୧୪ଟି ସର୍ତ୍ତରେ ଆର୍ଯ୍ୟନ୍‌ ଖାନଙ୍କୁ ଜାମିନ ମିଳିଥିଲା । ଆର୍ଯ୍ୟନଙ୍କୁ ପ୍ରତ୍ୟେକ ଶୁକ୍ରବାର ୧୧ ଟାରୁ ୨ଟା ମଧ୍ୟରେ ଏନସିବି କାର୍ଯ୍ୟାଳୟରେ ହାଜର ହେବାକୁ ପଡିବ । ଏହି ସର୍ତ୍ତକୁ ଗ୍ରହଣ କରି ଆର୍ଯ୍ୟନ ଆଜି ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏନସିବି କାର୍ଯ୍ୟାଳୟକୁ ଯିବାବେଳେ ଆର୍ଯ୍ୟନଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଜେଲରୁ ବାହାରିବା ପରେ ଆର୍ଯ୍ୟନ ପ୍ରଥମଥର ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ସେ ଏକ ଧଳା ଟି-ସାର୍ଟ, ହଳଦିଆ ଜ୍ୟାକେଟ୍‌ ଏବଂ ଜିନ୍ସରେ ନଜର ଆସିଛନ୍ତି । ସେ ମୁହଁରେ ମାସ୍କ ପିନ୍ଧିଛନ୍ତି । ଏହି ସମୟରେ ଆର୍ଯ୍ୟନ୍‌ ତାଙ୍କ ହାତରେ ଏକ ବହି ଧରିଛନ୍ତି ।