ବଢୁଛି ସବୁ ନଦୀର ଜଳସ୍ତର: ବନ୍ୟା ଆଶଙ୍କା ନାହିଁ
ଏଭଳି ପରିସ୍ଥିତିରେ ନଦୀମାନଙ୍କ ଜଳସ୍ତର ବୃଦ୍ଧି ପାଇଥିବାରୁ ବନ୍ୟା ଆଶଙ୍କା….
ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ଏଭଳି ପରିସ୍ଥିତିରେ ନଦୀମାନଙ୍କ ଜଳସ୍ତର ବୃଦ୍ଧି ପାଇଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି । ତେଣେ ହୀରାକୁଦ ଡ୍ୟାମ ଜଳସ୍ତର ବଢ଼ିଥିବାରୁ ଏହାର ୩୫ଟି ଗେଟ ଖୋଲା ଯାଇଛି ଯାହା ବନ୍ୟା ଆଶଙ୍କାକୁ ବଢ଼ାଇଛି । ହେଲେ ସରକାରଙ୍କ ପକ୍ଷରୁ କୁହାଯାଇଛି ବନ୍ୟା ଆଶଙ୍କା ନାହିଁ । ଜଳ ସମ୍ପଦ ବିଭାଗର ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି ସବୁ ନଦୀର ଜଳସ୍ତର ବଢ଼ିଥିଲେ ହେଁ ବନ୍ୟା ଆଶଙ୍କା ନାହିଁ । ଇଆଇସି ଶ୍ରୀ ମିଶ୍ର କହିଛନ୍ତି ଆଗକୁ ମଧ୍ୟ ପ୍ରବଳ ବର୍ଷା ହେବ । ତେଣୁ ପରିସ୍ଥିତି ଉପରେ ରହିଥିଲେ ହେଁ ଏହି ପାଣି ଏଯାଏଁ ନଦୀମାନଙ୍କରେ ଆସିନି । ହୀରାକୁଦ ପାଣି ଆସିଲା ବେଳକୁ ଏହି ନଦୀମାନଙ୍କରେ ଥିବା ପାଣି ଖସି ଯାଇଥିବ । ତେଣୁ ସେଭଳି କିଛି ଚିନ୍ତାଜନକ ସ୍ଥିତି ନାହିଁ ।