୧୭ ରେ ଆସିବ ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଆଜି ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହେବ। ଧୀରେ ଧୀରେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରୁ ଦୂରେଇଯିବ। ଫଳରେ ରାଜ୍ୟରେ ବର୍ଷାର ପ୍ରଭାବ ପରିମାଣ ହ୍ରାସ ପାଇବ। ଆଜି ଓ ଆସନ୍ତାକାଲି କମିବ ବର୍ଷା। ପୁଣି ୧୭ରୁ ବଢିବ ବର୍ଷା। ୧୮ ରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ଦେଇଛି। ୧୭ ରୁ ବର୍ଷା ବଢିଲେ ଉପକୂଳ ଓ ଦକ୍ଷିଣ ଓଡିଶା ନଦୀ ଅବବାହିକାରେ ବୃଦ୍ଧି ପାଇବ ଜଳସ୍ତର। ବନ୍ୟା ପରିସ୍ଥିତିକୁ ଜଟିଳ କରିବ ବର୍ଷା। ଆଜି ପାଇଁ ୧୧ଟି ଜିଲ୍ଲାକୁ ରେଡ଼ ଓ୍ଵାର୍ଣ୍ଣିଂ ଓ ୧୯ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।