ଫିଟନେସ ଟେଷ୍ଟରେ ପାସ ହେଲେ ରାହୁଲ

ଫିଟନେସ ଟେଷ୍ଟରେ ପାସ ହେଲେ କେ.ଏଲ ରାହୁଲ ….

ନୂଆଦିଲ୍ଲୀ : ଫିଟନେସ ଟେଷ୍ଟରେ ପାସ ହେଲେ କେ.ଏଲ ରାହୁଲ । ସେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ଖେଳିବେ । ସେ ଟିମର ନେତୃତ୍ୱ ମଧ୍ୟ ନେବେ । ଏନେଇ ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ପୂର୍ବରୁ ବିସିସିଆଇ ଶିଖର ଧୱନଙ୍କୁ ଅଧିନାୟକ ଦାୟିତ୍ୱ ଦେଇଥିଲା । ତେବେ ରାହୁଲ ଫିଟନେସରେ ପାସ କରିବା ପରେ ବିସିସିଆଇ ତାଙ୍କୁ ଟିମରେ ସାମିଲ କରିବା ସହ ଅଧିନାୟକ ଦାୟିତ୍ୱ ଦେଇଛି । ଶିଖର ଧାୱନଙ୍କୁ ଉପ-ଅଧିନାୟକ କରାଯାଇଛି