ଭୁବନେଶ୍ୱର,(ଏସ୍ ନ୍ୟୁଜ): ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲାରେ ମଧ୍ୟମଧରଣର ବର୍ଷା ଅନୁଭୂତ ହୋଇଛି । ସର୍ବାଧିକ ବର୍ଷା କେନ୍ଦୁଝର ଜିଲ୍ଲା ଯୋଡ଼ା ଠାରେ ୪୬.୨ମିଲିମିଟିର ହୋଇଥିବା ରେକର୍ଡ କରାଯାଇଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ କେତେ ଜିଲ୍ଲାର ଅଧିକାଂଶ ସ୍ଥାନରେ ମଧ୍ୟମଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଆସନ୍ତା କାଲିଠାରୁ ବର୍ଷାର ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି । ଆଗାମୀ ୫ଦିନ ପାଇଁ ପ୍ରବଳ ବର୍ଷାର କୌଣସି ପ୍ରକାର ୱାର୍ଣ୍ଣିଂ ଜାରି କରାଯାଇନାହିଁ । ଆଜି ଭୁବନେଶ୍ବର ଓ କଟକରେ ମୁଖ୍ୟତଃ ପାଗ ମେଘାଛନ୍ନ ରହିବ । ସମୟ ସମୟରେ ମଧ୍ୟମରୁ ତୀବ୍ର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।