ଟାଟା ସୁମୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ

କଳାହାଣ୍ଡି: କେସିଙ୍ଗା ଆଦର୍ଶ ଥାନା ପୋଲିସକୁ ବଡ଼ ସଫଳତା। ପୋଲିସ ଶୁକ୍ରବାର ଏକ ଟାଟା ସୁମୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଗାଡ଼ିକୁ ଜବନ କରିବା ସହ ୩ ଜଣଙ୍କୁ ଅଟକ ରଖାଯାଇଛି ।

ସୂଚନାଯୋଗ୍ୟ, ଜବତ ହୋଇଥିବା ଗାଡ଼ିଟି ଭବାନୀପାଟଣା ଅଞ୍ଚଳରୁ କେସିଙ୍ଗା ସହର ଦେଇ ବଲାଙ୍ଗିର ଜିଲ୍ଲା ଆଡ଼େ ଯାଉଥିଲା। କେସିଙ୍ଗା ଆଇଆଇସି ସତ୍ୟ କୁମାର ନନ୍ଦଙ୍କ ନେତୃତ୍ବରେ ପୋଲିସ୍ ଗାଡ଼ିକୁ ଅଟକାଇବା ସହ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିର ସିକ୍ରେଟ ଚାମ୍ବର ଭିତରେ ଗଞ୍ଜେଇ ରହିଥିବା ଜଣାପଡିଥିଲା। କେସିଙ୍ଗା ଅତିରିକ୍ତ ତହସିଲଦାର ରୂଦ୍ରମଣୀ ନାଏକଙ୍କ ଉପସ୍ଥିତିରେ ଗାଡ଼ି ଭିତରୁ ଗଞ୍ଜେଇକୁ ଜବତ୍ କରାଯାଇଛି ଓ ପୋଲିସ ସଂପୃକ୍ତ ଗାଡ଼ିକୁ ଜବତ କରିବା ସହ ସଂପୃକ୍ତ ଥିବା ୩ ଜଣକୁ ଅଟକ ରଖି ପଚରାଉଚରା କରୁଛି।