ସୌମ୍ୟ ମୃତ୍ୟୁ ମାମଲା: ଓଆଇସି ମମତା ପଣ୍ଡାଙ୍କୁ କ୍ରାଇମବ୍ରାଚଂର ୪ ଘଂଟାର ମାରାଥନ

ଗଜପତି,(ଏସ୍ ନ୍ୟୁଜ୍): ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାର ମୋଡ ଭିନ୍ନ ଭିନ୍ନ ରୂପ ନେବାରେ ଲାଗିିଛି । ଅନେକଙ୍କ ସଂପୃକ୍ତି ଥିବା କ୍ରାଇମବ୍ରାଂଚ ତଥ୍ୟ ପାଇବା ପରେ ଜଣଙ୍କ ପରେ ଜଣଙ୍କୁ ମାରାଥନ ଜେରା କରୁଛି । କ୍ରାଇମବ୍ରାଚଂ ସପ୍ତମ ଦିନରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିଛି ଦୀର୍ଘ ୪ ଘଂଟା ଧରି ମମତା ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି । ସୌମ୍ୟଙ୍କୁ ହସ୍ପିଟାଲ ନେବା ବେବେ ଫରେଷ୍ଟ ଗେଟ୍ ନିକଟରେ ଆମ୍ବୁଲାନ୍ସ ଅଟକାଇବା ମାମଲାରେ ଛନ୍ଦି ହୋଇପଡିଛନ୍ତି ମମତା । ତବେ ସେ କାହିଁକି ଅଟଳାଇଥିଲେ ଆମ୍ବୁଲାନ୍ସ । କାହା ନିଦେ୍ର୍ଧଶରେ ସେ ଏପରି କରିଥିଲେ । ବିଦ୍ୟାଭାରତୀୟଙ୍କୁ ସହଯୋଗ ନା ଏହା ପଛରେ ଥିଲା କିଛି ଷଡଯନ୍ତ୍ର ଥିଲା । ଏହାର ପଛର ସତ କଣ । ମମତାଙ୍କଠାରୁ ଏମିତି ଅନେକ ପ୍ରଶ୍ନର ଗୁଡେଇଚୁଡେଇ ପ୍ରଶ୍ନ କରିଛି କ୍ରାଇମବାଞ୍ଚ ।

ବିଦ୍ୟା ଭାରତୀ ଓ ଓଆଇସି ମମତାଙ୍କ ସମ୍ପର୍କରେ ଖିଅ ପୋଲିସ ଖୋଜୁଥିବା ବେଳେ ଉଭୟଙ୍କ ସମ୍ପର୍କ କିଛି ନାହିଁ ବୋଲି ବିଦ୍ୟାଙ୍କ ବାପା କହିଥିଲେ । କିନ୍ତୁ କିଛି ଅଲଗା ବଖାଣିଥିଲେ ମମତାଙ୍କ ଶ୍ୱଶୂର । ସୌମ୍ୟ ହସ୍ପିଟାଲରେ ଭର୍ତିି ହେବା ଠାରୁ ଆମ୍ବୁଲାନ୍ସ ପାରଳାଖେମୁଣ୍ଡି ସହର ଛାଡିବା ଯାଏଁ । ସେହିପରି ସୌମ୍ୟଙ୍କ କ୍ୱାର୍ଟସରୁ କିରୋସିନ ବୋତଲ ଏବଂ ଦିଆସିଲି ପୋଲିସ ଜବତ କରିବା ଯାଏଁ ସବୁ କ୍ଷେତ୍ରରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା ଉପସ୍ଥିତ ଥିଲେ । ଖାଲି ଉପସ୍ଥିତ ନୁହନ୍ତି ବରଂ ସୋମ୍ୟଙ୍କ ପତ୍ନୀଙ୍କ ପାଖେ ପାଖେ ରହିଥିଲେ ଓଆଇସି ମମତା ପଣ୍ଡା । ଯାହା ସବୁଠୁ ବେଶୀ ଚର୍ଚ୍ଚା ହେଉଛି । ତେବେ ଏନେଇ ସୌମ୍ୟଙ୍କ ପରିବାର ଲୋକେ ପ୍ରଶ୍ନ ଉଠାଇଥିଲେ ।