ରଜ କୁଇନର ବିଜୟିନୀ ହେଲେ କ୍ରିଷ୍ଣା ସାହୁ

 ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ହରିହର ସାହୁଙ୍କ ନାତୁଣୀ ତଥା ଧର୍ମଶାଣିବିନ୍ଧା ଗ୍ରାମର ଆର୍ମି ମେଜର ଗଙ୍ଗାଧର ସାହୁ ଏବଂ ଅମିତା ସାହୁଙ୍କ କନିଷ୍ଠା ଝିଅ କ୍ରିଷ୍ଣା ସାହୁ ଚଳିତ ବର୍ଷ ଜୀ ସାର୍ଥକର ରଜ କୁଇନର ବିଜୟିନୀ ହୋଇଛନ୍ତି। ସେ ଓଡ଼ିଶାର ସଂସ୍କୃତି ପରମ୍ପରା ସହ ଅଭିନୟ, ଗାୟନ, ନୃତ୍ୟ ଏବଂ ଓଡ଼ିଆ ଘରର ଝିଅଙ୍କ ସୁଗୁଣ ଆଦିକୁ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନା କରି ଚମତ୍କାର ପ୍ରଦର୍ଶନ କରିଥିଲେ। ଓଡ଼ିଶାର ବଛାବଛା ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ଗ୍ରାଣ୍ଡ ଫିନାଲେରେ କ୍ରିଷ୍ଣା ସାହୁ ବିଜୟିନୀ ହୋଇ ପୁରସ୍କୃତ ହୋଇଛନ୍ତି।