ଇତିହାସ ରଚିବା ପରେ ସ୍ୱଦେଶ ଫେରୁଛନ୍ତି ଆଥଲେଟ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଭାରତୀୟ ଆଥଲେଟ୍ ମାନେ ଚମତ୍କାର ପ୍ରଦର୍ଶନ କରିବା ପରେ ଆଜି ସ୍ୱଦେଶ ଫେରୁଛନ୍ତି । ଆଜି ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ପୁରୁଷ ହକି ଟିମ୍ ଙ୍କ ବ୍ୟତୀତ ଅନ୍ୟାନ୍ୟ ଖିଲାଡ଼ି ମାନେ ରହିଛନ୍ତି ।ସମସ୍ତ ଆଥଲେଟ୍ ସନ୍ଧ୍ୟା ୫ଟା ୧୫ ମିନିଟ୍ ରେ ଦିଲ୍ଲୀ ଏୟାରପୋର୍ଟରେ ଆସି ପହଞ୍ଚିବେ । ଫେରିବା ପରେ ସେମାନଙ୍କ ପାଇଁ ଦିଲ୍ଲୀସ୍ଥିତ ଅଶୋକା ହୋଟେଲ୍ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି । ଏଥିରେ ସେମାନଙ୍କୁ ସମ୍ମାନିତ କରାଯିବ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡ଼ି ହେବେ ।

ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ(ଏସଏଏଆଇ) ପକ୍ଷରୁ ପ୍ରଥମେ ମେଜର୍ ଧ୍ୟାନଚାନ୍ଦ ଷ୍ଟାଡିୟମ୍ ରେ କାର୍ଯ୍ୟକ୍ରମର ଆୟୋଜନ ହେବାର ଥିଲା । କିନ୍ତୁ ଖରାପ ପାଣିପାଗ କାରଣରୁ ଏହା ଆୟୋଜନ ହୋଇପାରିଲା ନାହିଁ । ତେବେ ଅଶୋକା ହୋଟେଲ୍ ରେ ଏହି କାର୍ଯ୍ୟକ୍ରମ ୬ଟା ୩୦ ମିନିଟ୍ ରେ ଆରମ୍ଭ ହେବ । ଏଥିରେ କେନ୍ଦ୍ରୀୟ ଖେଳ ମନ୍ତ୍ରୀଙ୍କ ସହିତ ଅନେକ ଅଲିମ୍ପିକ୍ ଖିଲାଡ଼ି ଉପସ୍ଥିତ ରହିବେ ।