ରାଜ୍ୟରେ ଦିନକରେ ୫୦୦ ଡେଇଁଲା ପଜିଟିଭ ସଂଖ୍ୟା

ଭୁବନେଶ୍ୱର(ଏସ୍ ନ୍ୟୁଜ): ଦିନକୁ ଦିନ ରେକର୍ଡ ଭାଙ୍ଗି ଚାଲିଛି କରୋନା ମହାମାରୀ। ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର୍‌ କରିଥିବା ବେଳେ ବେଳେ ରାଜ୍ୟରେ ଦୈନିକ ପଜିଟିଭ ସଂଖ୍ୟା ୫୦୦ ଡେଇଁଛି । ଗତ ୩ ଦିନ ହେଲା ୫୦୦ ମୁହାଁ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୭୩ରେ  ପହଞ୍ଚି ଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୩୨, କଟକରୁ ୨୮, କଳାହାଣ୍ଡିରୁ ୨୪, ବଲାଙ୍ଗିରରୁ ୨୦ ଚିହ୍ନଟ ହୋଇଛନ୍ତି। ଏଥିସହ  ରାୟଗଡ଼ାରୁ ୧୬, ମୟୂରଭଞ୍ଜରୁ ୧୩, ବାଲେଶ୍ୱରରୁ ୧୧, କେନ୍ଦୁଝରରୁ ୮ ଚିହ୍ନଟ ହୋଇଛନ୍ତି।