ଯଥେଷ୍ଟ ଗ୍ୟାସ୍‌ ଅଛି, ଆତଙ୍କିତ ହୁଅନି: ମନ୍ତ୍ରୀ

ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ୍‌ ରହିଛି …..

ଭୁବନେଶ୍ୱର: ରାଜ୍ୟରେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ୍‌ ରହିଛି। ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ। ଗ୍ୟାସ୍‌କୁ ନେଇ ଆତଙ୍କିତ ନ ହେବାକୁ ଜନସାଧାରଣଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏଲ୍‌ପିଜି ଓ ପେଟ୍ରୋଲ୍‌, ଡିଜେଲ୍‌ ଉପଲବ୍ଧତାକୁ ନେଇ ଏକ ବୈଠକ ପରେ ମନ୍ତ୍ରୀ ଏହା କହିଛନ୍ତି। ବୈଠକରେ ଆଇଓସିଏଲ, ବିପିସିଏଲ, ଏଚ୍‌ପିସିଏଲ, ରିଲାଏନ୍ସ, ଗେଲ୍‌ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଏଲ୍‌ପିଜି ବିତରକ ଓ ରିଟେଲ୍‌ ଆଉଟ୍‌ଲେଟ୍‌ ବିତରଣ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହୋଇଥିଲା।

ଖାଉଟିମାନେ ଗ୍ୟାସ୍‌ ଓ ତେଲ ପାଇବାରେ ଯେଭଳି କୌଣସି ଅସୁବିଧା ସାମ୍ନା ନ କରନ୍ତି, ସେଥିପ୍ରତି ସଜାଗ ରହିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ। ଜିଲ୍ଲାପାଳମାନଙ୍କୁ ପ୍ରତିଦିନ ରିପୋର୍ଟ ଦେବାକୁ କୁହାଯାଇଛି। ମନ୍ତ୍ରୀ କହିଥିଲେ; ବଜାରରେ ଏଲ୍‌ପିଜି କଳାବଜାର ରୋକିବାକୁ ଚଢ଼ଉ ପାଇଁ ବିଭାଗୀୟ ଅଧିକାରୀ ନିଯୋଜିତ ଅଛନ୍ତି।