ତାତିରୁ ମିଳିବ ନାହିଁ କୌଣସି ଆଶ୍ୱସ୍ତି

ଭୁବନେଶ୍ବର: ଭୁବନେଶ୍ବରର ତାପମାତ୍ରା ୪୧.୧ ଡିଗ୍ରୀ ରହିଛି। ରାଜଧାନୀ ଭୁବନେଶ୍ୱର ସହିତ ହୀରାକୁଦ, ବାଲେଶ୍ୱର, ଝାରସୁଗୁଡା, ଚାନ୍ଦବାଲି ଆଦି ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଟପିଛି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଅଧିକାଂଶ ସହରର ପାରଦ ୪୧ ଡିଗ୍ରୀ ଛୁଇଁ ସାରିଲାଣି । ଆଜି ବି ରାଜଧାନୀ ହିଁ ପାଲଟିଛି ସବୁଠୁ ଉତ୍ତପ୍ତ ସହର । ରାଜଧାନୀରେ ତାତି ୪୧.୧ ଡିଗ୍ରୀ ସେଲସିୟସ୍ ଛୁଇଁସାରିଲାଣି।