ସୁଇଟ କର୍ଣ୍ଣ ସୁପ୍‌ର ଟିପ୍ସ ଜାଣନ୍ତୁ…

ଏକ ପ୍ୟାନ୍‌ରେ ପାଣି ଗରମ କରନ୍ତୁ। ସେଥିରେ କଟା ହୋଇଥିବା, ଗାଜର, ଫ୍ରେଞ୍ଚ ବିନ୍ସ, କଟା ପିଆଜ, କଟା ରସୁଣ, ତେଜପତ୍ର, ଗୋଲମରିଚ ଗୁଣ୍ଡ ପକାନ୍ତୁ। ତାହାକୁ ଭଲ ଭାବେ ଫୁଟିବାକୁ ଦିଅନ୍ତୁ । ଏହାପରେ ଏହାକୁ ଛାଣି ଦିଅନ୍ତୁ ।

ଏକ ପାତ୍ରରେ କିଛି ବଟର ନିଅନ୍ତୁ । ତାହା ଗରମ ହୋଇଗଲେ ସେଥିରେ କିଛି ରସୁଣ ପକାନ୍ତୁ । ଏହାପରେ ସେଥିରେ ଛୋଟ ଛୋଟ କଟା ଯାଇଥିବା ଗାଜର ଓ ଫ୍ରେଞ୍ଚ ବିନ୍ସ, ଗ୍ରୀନ ମଟର ପକାନ୍ତୁ ।

ଏହାପରେ ସେଥିରେ ଆମେରିକାନ ସୁଇଟ କର୍ଣ୍ଣ , ଲୁଣ, ଗୋଲମରିଚ ଗୁଣ୍ଡ, କିଛି ବଟା ହୋଇଥିବାକର୍ଣ୍ଣ ପକାନ୍ତୁ । ଏହାକୁ ହାଲକା ଭାଜନ୍ତୁ । ଏହାପରେ ଭେଜିଟେବୁଲ ଷ୍ଟକକୁ ସେଥିରେ ପକାନ୍ତୁ । ଫୁଟିଗଲା ପରେ ସେଥିରେ କଟା ଧନିଆପତ୍ର, ଅଳ୍ପ ଲୁଣ, କିଛି କର୍ଣ୍ଣଫ୍ଲୋର ଘୋଳ ପକାନ୍ତୁ ।