ଭୁବନେଶ୍ୱର(ଏସ୍ ନ୍ୟୁଜ): ଆଜି ଦିନକରେ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟରୁ ୩୫ ସଙ୍ଗରୋଧରୁ ୫୧। ୨୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୧୦ ଆକ୍ରାନ୍ତ। ଅନ୍ୟ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୩, ବାଲେଶ୍ୱର ୭, ବରଗଡ ୪, ବଲାଙ୍ଗୀର ୬, କଟକ ୫, ଦେଓଗଡ ୨, ଗଜପତି ୧, ଯାଜପୁର ୪, ଝାରସୁଗୁଡା ୪, କଳାହାଣ୍ଡି ୧, କେନ୍ଦ୍ରାପଡା ୩, ଖୋର୍ଦ୍ଧା ୯, କୋରାପୁଟ ୨, ମୟୁରଭଞ୍ଜ ୫, ନବରଙ୍ଗପୁର ୩, ନୟାଗଡ ୧, ନୂଆପଡା ୧, ପୁରୀ ୪, ସମ୍ବଲପୁର ୯, ସୋନପୁର ୧, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ୩,୩୭,୧୦୪କୁ ବୃଦ୍ଧି ପାଇଛି। ୩,୩୪,୪୬୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୭୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।