ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଗଜ ଉଦ୍ଧାରଣ ବେଶ

ପୁରୀ (ଏସ୍ ନ୍ୟୁଜ): ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ପରମ୍ପରା ଅନୁଯାୟୀ ରତ୍ନ ସିଂହାସନରେ ଦ୍ବିପ୍ରହର ଧୂପ ପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଶନିବାର ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କର ଏହି ବେଶ କରାଯିବ । ପୁଷ୍ପାଳକ, ଖୁଣ୍ଟିଆ, ମେକାପ ପ୍ରଭୃତି ସେବାୟତମାନେ ମହାପ୍ରଭୁଙ୍କୁ ଏହି ବେଶରେ ସୁସଜ୍ଜିତ କରିବେ । ଏହି ବେଶ ସହ ମହାପ୍ରଭୁଙ୍କୁ ଖୀରି ଓ ଅମାଲୁ ଭୋଗ କରିବାର ପରମ୍ପରା ରହିଛି ।