ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ମାର୍ଚ୍ଚ ୩୧ ଯାଏଁ ପ୍ରତିବନ୍ଧକ ଲଗାଇଲା ଡିଜିସିଏ

ଭୁବନେଶ୍ୱର (ଏସ୍ ନ୍ୟୁଜ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ପ୍ରତିବନ୍ଧକୁ ବୃଦ୍ଧି କରିଛନ୍ତି ଡିଜିସିଏ । ଏନେଇ ଡିଜିସିଏ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ ତାରିଖରୁ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ରଦ୍ଦ କରାଯାଇଥିଲା ।

ପୂର୍ବରୁ ଏହି ପ୍ରତିବନ୍ଧକ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା ମାତ୍ର କିଛିଦିନ ହେବ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଡିଜିସିଏ ଏହି ପ୍ରତିବନ୍ଧକକୁ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରିଛନ୍ତି ।