କମ୍ବିଂ ଅପରେସନ ସମୟରେ ବିଏସଏଫ୍ ଯବାନଙ୍କ ଦ୍ୱାରା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ

କୋରାପୁଟ, (ଏସ୍ ନ୍ୟୁଜ): ଏକ ବଡ଼ଧରଣର ଅଘଟଣରୁ ବିଏସଏଫ୍ ଯବାନମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମାଓବାଦୀମାନେ ଏକ ବଡ଼ ଧରଣର ବିସ୍ଫୋରଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏହି ଯୋଜନାକୁ ପଣ୍ଡ କରିଛନ୍ତି ବିଏସଏଫ୍ ଯବାନମାନେ । ଆଜି କମ୍ବିଂ ଅପରେସନ ସମୟରେ ବିଏସଏଫ୍ ଯବାନମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ।

ଖବର ଅନୁଯାୟୀ, କୋରାପୁଟ ଜିଲ୍ଲାର ନାରାୟଣପାଟଣା ପିଣ୍ଟାପଦର ଜଙ୍ଗଲରେ କମ୍ବିଂ ବେଳେ ସମସ୍ତ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଯବାନମାନେ ୬୦ଟି ଜିଲେଟିନ୍, ୫୦ଟି ଇଲେକ୍ଟ୍ରି ଡିଟୋନେଟର, ୩୦ ଆଇରନ ପେଲେଟ୍, ବିଦ୍ୟୁତ ତାର, ୨.୫ କେଜି ଗନ ପାଉଡର ଆଦି ଜବତ କରିଛନ୍ତି ।