ଆଜି ମହାବିଷୁବ ପଣା ସଂକ୍ରାନ୍ତି । ହିନ୍ଦୁମାନଙ୍କର ପ୍ରମୁଖ ପର୍ବ । ସେହିପରି ଓଡିଆ ନବବର୍ଷ ମଧ୍ୟ ଆଜିଠାରୁ ଆରମ୍ଭ । ଓଡିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ । ତେଣୁ ଏହାକୁ ଓଡିଆ ନୂଆ ବର୍ଷ କୁହାଯାଏ । ଆଜିଠାରୁ ସୂର୍ୟ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରି କର୍କଟ କ୍ରାନ୍ତି ଆଡ଼କୁ ଗମନ କରନ୍ତି । ଏହି ଦିନର ଆଉ ଏକ ମାହାତ୍ମ୍ୟ ମଧ୍ୟ ରହିଛି । ଆଜିର ଦିନକୁ ମହାବୀର ହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଏ ।
ଓଡ଼ିଆ ପଞ୍ଜିକା ଅନୁସାରେ ଆଜି ପ୍ରଥମ ଦିନ । ତେଣୁ ପ୍ରତ୍ୟେକ ଓଡିଆ ଘରେ ତଥା ମନ୍ଦିରରେ ସ୍ବତନ୍ତ୍ର ପୂଜାପାଠ କରାଯାଇଥାଏ । ଘରେ ଘରେ ସଂକ୍ରାନ୍ତି ହୋମ ମଧ୍ୟ ହୋଇଥାଏ । ଆଜିଠାରୁ ଖରାର ତେଜ ଅଧିକା ହେଉଥିବାରୁ ତୁଳସୀ ଚଉରାରେ ଘଡି ବାନ୍ଧି ଜଳ ଦେବାର ବିଧି ରହିଛି । ସେହିପରି ଘରେ ଘରେ ପଣା ମଧ୍ୟ ତିଆରି ହେଉଛି । ପିଠାମିଠା ଖାଇ ନବବର୍ଷ ପାଳନ କରୁଛନ୍ତି ଲୋକେ ।