ଗତ ୨୪ ଘଂଟାରେ ଆଉ ୧୧ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଂଟାରେ ଆଉ ୧୧ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଉ ୧୧,୧୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୩୬ ଦିନ ମଧ୍ୟରେ ଏହା ସବୁଠାରୁ ଅଧିକ ମାମଲା। ଦେଶରେ ଏଯାଏଁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୯,୬୨୨କୁ ବୃଦ୍ଧି ପାଇଛି।

ଏହାପୂର୍ବରୁ ପୂର୍ବ ଦିନ ଭାରତରେ ୧୦ ହଜାର ୧୫୮ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିଲା। ଏହା ସହିତ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୪ ହଜାର ୯୯୮କୁ ବୃଦ୍ଧି ପାଇଥିଲା। ଗୁରୁବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।