ଓଡିଆ ନୂତନ ବର୍ଷରେ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଆ ନୂଆବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତନ ଜୀବନରେ ଆନନ୍ଦ ଭରିଯାଉ। ଓଡ଼ିଆ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଯୋଗ ଓ ସମ୍ଭାବନାର ବର୍ଷ ହେଉ ବୋଲି ସେ କହିଛନ୍ତି।