ଭୁବନେଶ୍ୱର(ଏସ୍ ନ୍ୟୁଜ): ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି କି ? ତାହେଲେ ସାବଧାନ ହୋଇ ଯାଆନ୍ତୁ । ଆଉ ଚଳିବ ନାହିଁ ମନମାନି । ବାତିଲ ହୋଇଯିବ ଆପଣମାନଙ୍କ ଡ୍ରାଇଭିଂ ଲାଇସେନ୍ସ ।
ମଦପିଇ କିମ୍ବା ମୋବାଇଲରେ କଥା ହୋଇ ଗାଡି ଚଲାଉଛନ୍ତି, ଧାର୍ଯ୍ୟ ନିୟମଠାରୁ ଅଧିକ ବେଗରେ ଗାଡିର ବେଗ ବଢ଼ାଉଛନ୍ତି କିମ୍ବା ଓଭରଲୋଡିଂ ଓ ମାଲପରିବହନ ଗାଡିରେ ଯାତ୍ରା ନେବା ଆଣିବା କରୁଛନ୍ତି ତା ହେଲେ ସାବଧାନ ହୋଇଯାଆନ୍ତୁ । ବାତିଲ ହୋଇଯିବା ଆପଣମାନଙ୍କ ଡ୍ରାଇଭିଂ ଲାଇସେନ୍ସ । ଏନେଇ ପୁଣି କଡା ନିମୟ ଆରମ୍ଭ ହୋଇଛି।
୩ ମାସ ଯାଏ ରଦ୍ଧ ହେବ ଡ୍ରାଇଭିଂ ଲାଇସେନ୍ସ । ଏନେଇ ସବୁ ଜିଲ୍ଲା ପୁଲି ଓ ପରିବହନ ବିଭାଗ ଟିମ୍ ଯାଚଂ କରିବେ । କରୋନା କଟକଣା ପାଇଁ କିଛି ଦିନ ହେବ ରାଜ୍ୟରେ କଟକଣା ଉପରେ କୋହଳ କରାଯାଇଛି ସୁପି୍ରମକୋର୍ଟଙ୍କ ସଡକ ନିରାପତା ଆଇନକୁ ପୁଣି କଡାକଡି ଭାବେ ପାଳନ କରାଯାଇଛି ।