ପୋଲିସ ଉପସ୍ଥିତିରେ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର

ଭୁବନେଶ୍ୱର(ଏସ୍ ନ୍ୟୁଜ): ଖୋର୍ଦ୍ଧା ଜିଲ୍ଲାରେ ପୁଣି ଅପରାଧୀଙ୍କ ଆତଙ୍କରାଜ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ସଦର ଥାନା ଅଂଚଳରେ ଘଟିଛି ଛାତି ଥରାଇ ଦେବା ଭଳି ଘଟଣା । ପୁଲିସ ଉପସ୍ଥିତିରେ ଦଳେଇପୁଟରେ ହୋଇଛି ବୋମାମାଡ । ବୋମା ମାଡରେ ଜଣେ ଆହତ ହୋଇଥିବା ଜଣାପଡିଛି ।

ଏଠାରେ ପ୍ରଶ୍ନ ଉଠୁଛି ଯେ, ପୁଲିସ ଉପସ୍ଥିତିରେ ଦୁର୍ବୃତମାନେ ବୋମା ମାଡ଼ କରିଥିଲେ ମଧ୍ୟ ପୁଲିସ ଜଳକା ଭଳି ଚାହିଁ ରହିବା ଘଟଣା ଅଭିଯୋଗକାରୀଙ୍କ ପରିବାର ଲୋକଙ୍କୁ ଭୟଭିତ କରିଛି । ଗତ ୧୧ ତାରିଖ ଦିନ ଦଳେଇପୁଟ ଗ୍ରାମର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ଦୁର୍ବୃତମାନେ ବୋମାମାଡ କରି ଫେରାର ହୋଇଯାଇଥିଲେ । ପୁଲିସ ଘଟଣାସ୍ଥଳରୁ ଚାରାେଟି ବୋମା ଜବତ କରିବା ସହ ଫୋର୍ସ ମୁତୟନ କରିଛି ।

ବୋମାମାଡ ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ଅନ୍ୟପଟେ ଅପରାଧୀମାନେ ପୁଲିସ ଉପସ୍ଥିତିରେ ବୋମାମାଡ କରି ଫେରାର ହେବା ଘଟଣା ପୁଲିସର ପାରିବା ପଣିଆ ଉପରେ ଅଙ୍କୁଳି ନିର୍ଦ୍ଦେଶ କରିଛି । ସିସିଟିଭିରେ ବୋମାମାଡର ସମସ୍ତ ଦୃଶ୍ୟ କଏଦ ହୋଇଛି ।